Odia Grammar Shandhi for OPSC ASO, OTET, OSSTET, TGT, CTET, CHT, BEd Entrance, OSSC & Other Competitive Examination
ସନ୍ଧି |
୧. ହିମାଳୟ ପର୍ବତ ଭାରତବର୍ଷର ଉତ୍ତର ଦିଗରେ ଅବସ୍ଥିତ ।
୨. ଏହି ପର୍ବତ ‘ବ୍ରହ୍ମର୍ଷି’ ତଥା ‘ ଦେବର୍ଷି’ ମାନଙ୍କର ତପସ୍ୟାସ୍ଥଳୀ ଅଟେ
୩. ଏ ଋଷିସକଳ ‘ ସଦାଚାର’ ସମ୍ପନ୍ନ ଅଟନ୍ତି ଓ ସର୍ବଦା ‘ଜଗଦୀଶ୍ୱର’ଙ୍କ ଚିନ୍ତାରେ ନିମଗ୍ନ ରହିଥାନ୍ତି ।
୪. ଗଙ୍ଗାନଦୀ ମଧ୍ୟ ଏହି ପର୍ବତରୁ ‘ନିର୍ଗତ’ ହୋଇଅଛି ।
୫. ‘ଜଗଜ୍ଜନ’ଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ସେ ‘ ନିରନ୍ତର’ ଦୀର୍ଘପଥ ଅତିକ୍ରମ କରି ବହିଚାଲିଛି ।
ଆସ ଉପର ବାକ୍ୟ ଗୁଡ଼ିକର ବଡ଼ ଅକ୍ଷରରେ ଲେଖାଯାଇଥିବା ଶବ୍ଦଗୁଡ଼ିକ ବିଷୟରେ ଆଲୋଚନା କରିବା ।
ହିମାଳୟ = ହିମ + ଆଳୟ
ବ୍ରହ୍ମର୍ଷି = ବ୍ରହ୍ମ + ଋଷି
ଦେବର୍ଷି = ଦେବ + ଋଷି
ସଦାଚାର = ସତ୍ + ଆଚାର
ଜଗଦୀଶ୍ଵର = ଜଗତ + ଈଶ୍ଵର
ନିର୍ଗତ = ନିଃ + ଗତ
ଜଗଜନ = ଜଗତ୍ + ଜନ
ନିରନ୍ତର = ନିଃ + ଅନ୍ତର
🖝 ଏବେ ଆମେ ଦେଖିଲେ ଯେ ପ୍ରତ୍ୟେକ ଶବ୍ଦ ଦୁଇଟି ଲେଖାଏଁ ଶବ୍ଦର ମିଳନରେ ଗଠିତ ହୋଇଛି । ଏହି ମିଳନକୁ ଲକ୍ଷ୍ୟକଲେ ଜଣାଯାଏ ଯେ ଏଥିରେ ଥିବା ପୂର୍ବଶବ୍ଦର ଶେଷବର୍ଷଟି ପର ଶବ୍ଦର ପ୍ରଥମ ବର୍ଷ ସହିତ ମିଳିତ ହୋଇଛି ବା ବର୍ଷ ଦୁଇଟି ପରସ୍ପର ସହିତ ମିଶି ଯାଇଛନ୍ତି ଏ ପ୍ରକାର ମିଳନକୁ ସନ୍ଧି କୁହଯାଏ
🖝 ପରସ୍ପର ସନ୍ନିହିତ ପୂର୍ବପଦର ଶେଷବର୍ଣ୍ଣ ଓ ପରପଦର ପ୍ରଥମବର୍ଣ୍ଣର ମିଳନକୁ ସନ୍ଧି କୁହାଯାଏ ।
🖝 ସନ୍ଧି ତିନି ପ୍ରକାରର ଯଥା :- ସ୍ଵରସନ୍ଧି, ବ୍ୟଞ୍ଜନ ସନ୍ଧି ଓ ବିସର୍ଗ ସନ୍ଧି ।
ସ୍ଵରସନ୍ଧି
ଋଷି କମ୍ବଳାସନରେ ବସିଛନ୍ତି ।
ରବୀନ୍ଦ୍ର ଘରକୁ ଯାଉଛି ।
କମ୍ବଳାସନ = କମ୍ବଳ + ଆସନ
ରବୀନ୍ଦ୍ର = ରବି + ଇନ୍ଦ୍ର
🖝 ଉପରେ ଦିଆଯାଇଥିବା କମ୍ବଳର ଶେଷବର୍ଣ୍ଣ ହେଉଛି (ଳ୍+ଅ) ଅର୍ଥାତ୍ ‘ଅ’ ଓ ଆସନର ପ୍ରଥମ ବର୍ଣ୍ଣ ହେଉଛି ‘ଆ’ । ଏହି ‘ ଅ’ ସହିତ ‘ଆ’ର ମିଳନ ଘଟି ‘ ଆ’ ହୋଇଛି । ସୃଷ୍ଟ ‘ ଆ’ ଧ୍ଵନିଟି ପୂର୍ବବର୍ଷରେ ସଂଯୁକ୍ତ ହୋଇଛି ।
🖝 ସେହିପରି ‘ରବି’ର ଶେଷବର୍ଣ୍ଣ ହେଉଛି ‘ଇ’ । ଏଠାରେ ‘ଇନ୍ଦ୍ର’ ସହିତ ଥିବା ‘ଇ’ର ମିଳନ ଘଟି ‘ଈ’ ଜାତ ହୋଇଛି ଓ ପୂର୍ବବର୍ଷରେ ଯୁକ୍ତ ହୋଇଛି । ଆମେ ଦେଖିଲେ ଯେ ଉଭୟସ୍ଥାନରେ ସ୍ଵରବର୍ଣ୍ଣ ସହ ସ୍ଵରବର୍ଣ୍ଣର ମିଳନ ଘଟିଛି । ଏଥୁରୁ ଜଣାଗଲା ଯେ –
🖝 ପରସ୍ପର ସନ୍ନି ହିତ ପୂର୍ବପଦର ଶେଷ ସ୍ଵରବର୍ଣ୍ଣ ସହିତ ପରପଦର ପ୍ରଥମ ସ୍ଵରବର୍ଣ୍ଣର ମିଳନକୁ ସ୍ଵରସନ୍ଧି କୁହାଯାଏ ।
ଏହି ସ୍ଵରସନ୍ଧିର ବିଭିନ୍ନ ରୂପକୁ ଆସି ଦେଖିବା
୧. (କ) ଅ+ଅ = ଆ
ଦେବ+ଅସୁର = ଦେବାସୁର,
ଶ୍ଵେତ+ଅମ୍ବର = ଶ୍ଵେତାମ୍ବର
ନୀଳ+ଅଚଳ = ନୀଳାଚଳ
ଗ୍ରାମ+ଅଞ୍ଚଳ = ଗ୍ରାମାଞ୍ଚଳ
ଅସ୍ତ+ଅଚଳ = ଅସ୍ତାବଳ
(ଖ) ଅ +ଆ = ଆ
ସିଂହ+ଆସନ = ସିଂହାସନ
ଗୁଣ+ଆକର = ଗୁଣାକର
ଉଚ୍ଚ+ଆସନ = ଉଚ୍ଚାସନ
(ଗ) ଆ+ଅ = ଆ
ଚିତା + ଅନଳ = ଚିତାନଳ
ସୁଧା + ଅଂଶୁ – ସୁଧାଂଶୁ
(ଘ) ଆ + ଆ = ଆ
ବିଦ୍ୟା + ଆଳୟ = ବିଦ୍ୟାଳୟ
ସୁଧା + ଆକର = ସୁଧାକର
ଉପର ଆଲୋଚନାରୁ ଜଣାଗଲା ଯେ,
‘ଅ’ ବା ‘ଆ’ ପରେ ‘ଅ’ ବା ‘ଆ’ ଥିଲେ ଦୁହେଁ ମିଶି ‘ଆ’ ହୁଅନ୍ତି ।
ଏହି ‘ଆ’ ‘ଆ’କାର ହୋଇ ପୂର୍ବବର୍ଷ ସହିତ ସଂଯୁକ୍ତ ହୁଏ ।
୨. (କ) ଇ+ଇ = ଈ
ଯତି+ଇନ୍ଦ୍ର = ଯତୀନ୍ଦ୍ର
ଅତି+ଇବ = ଅତୀବ
(ଖ) ଇ+ଈ = ଈ
ପରି+ଈକ୍ଷା = ପରୀକ୍ଷା
ମୁନି+ଈଶ୍ଵର = ମୁନୀଶ୍ଵର
(ଗ) ଈ+ଇ = ଈ
ମହୀ+ଇନ୍ଦ୍ର = ମହୀନ୍ଦ୍ର
ଶଟୀ+ଇନ୍ଦ୍ର = ଶଚୀନ୍ଦ୍ର
(ଘ) ଈ+ଈ = ଈ
ମହୀ+ଈଶ୍ବର = ମହୀଶୂର
ଅବନୀ+ ଈଶ = ଅବନୀଶ
ଏଥିରୁ ଜଣାଗଲା ଯେ,
‘ଇ’ ବା ‘ଈ’ ପରେ ‘ଇ’ ବା ‘ଈ’ ଥିଲେ ଦୁହେଁ ମିଶି (ଦୀର୍ଘ) ‘ଈ’ ହୁଅନ୍ତି ।
ଏହି ‘ଈ’ ଟି ‘ଈ’ କାର ରୂପରେ ପୂର୍ବବର୍ଷରେ ଯୁକ୍ତ ହୁଏ ।
୩. (କ) ଉ +ଊ = ଊ
ସୁ+ ଉକ୍ତି = = ସୂକ୍ତି
ସାଧୁ+ଉଦ୍ୟମ = ସାଧୁଦ୍ୟମ
ସାଧୁ+ଉପଦେଶ = ସାଧୂପଦେଶ
(ଖ) ଉ + ଊ = ଊ
ସିନ୍ଧୁ+ଊର୍ମି – ସିନ୍ଦୂମି
ଲଘୁ+ଊର୍ମି = ଲଘୂର୍ମି
(ଗ) ଊ +ଊ = ଊ
ବଧୂ + ଉକ୍ତି = ବଧୂକ୍ତି
(ଘ) ଊ + ଊ = ଊ
ଭୂ+ଊର୍ଦ୍ଧ୍ଵ = ଭୂର୍ଦ୍ଧ୍ବ
ଏଥିରୁ ଜଣାଗଲା ଯେ,
‘ଉ’ ବା ‘ଉ’ ପରେ ‘ଉ’ ବା ‘ଉ’ ଥିଲେ ଦୁହେଁ ମିଶି (ଦୀର୍ଘ) ‘ଉ’ ହୁଅନ୍ତି ।
ଏହି ‘ଊ’ ଊକାର ହୋଇ ପୂର୍ବ-ବର୍ଷରେ ଯୁକ୍ତ ହୁଏ ।
୪. (କ) ଅ+ଇ = ଏ
ଶୁଭ+ଇଚ୍ଛା = ଶୁଭେଚ୍ଛା
ସୁର+ଇନ୍ଦ୍ର = ସୁରେନ୍ଦ୍ର
(ଖ) ଅ + ଈ = ଏ
ଗଣ + ଈଶ = ଗଣେଶ
ଦେବ + ଈଶ = ଦେବେଶ
(ଗ) ଆ+ଇ = ଏ
ମହା+ଇନ୍ଦ୍ର = ମହେନ୍ଦ୍ର
ଯଥା+ଇଚ୍ଛା = ଯଥେଚ୍ଛା
(ଘ) ଆ + ଈ = ଏ
ରମା+ ଈଶ = ରମେଶ
ମହା+ଈଶ୍ଵର = ମହେଶ୍ବର
ଏଥୁରୁ ଜଣାଗଲା ଯେ,
‘ଅ’ ବା ‘ଆ’ ପରେ ‘ଇ’ ବା ‘ଈ’ ଥିଲେ ଦୁହେଁ ମିଶି ‘ଏ’ ହୁଅନ୍ତି ।
ଏହି ‘ଏ’ ଧ୍ବନିଟି ‘ଏ’କାର ହୋଇ ପୂର୍ବ ବର୍ଷରେ ଯୁକ୍ତ ହୁଏ ।
୫. (କ) ଅ + ଉ = ଓ
ଲମ୍ବ+ଉଦର = ଲମ୍ବୋଦର
ପୁରୁଷ+ଉତ୍ତମ = ପୁରୁଷୋତ୍ତମ
(ଖ) ଅ + ଊ = ଓ
ନବ+ଊଢ଼ା (ନବ ବିବାହିତା) = ନବୋଢ଼ା
ଚଳ+ଊର୍ମି = ଚଳୋର୍ମି
(ଗ) ଆ + ଉ = ଓ
ମହା+ଉଦଧୂ = ମହୋଦଧ୍
ଗଙ୍ଗା + ଉଦକ = ଗଙ୍ଗୋଦକ
(ଘ) ଆ + ଊ = ଓ
ମହା+ଊର୍ମି = ମହୋର୍ମି
ଏଥୁରୁ ଜଣାଗଲା ଯେ,
‘ଅ’ ବା ‘ଆ’ ପରେ ‘ଉ’ ବା ‘ଉ’ ଥିଲେ ଦୁହେଁ ମିଶି ‘ ଓ’ ହୁଅନ୍ତି ।
ଏ ‘ ଓ’ ଧ୍ଵନିଟି ‘ଓ’ କାର ହୋଇ ପୂର୍ବ ବର୍ଷରେ ଯୁକ୍ତ ହୁଏ ।
୬. (କ) ଅ+ଋ = ଅର୍
ସପ୍ତ+ଋଷି = ସପ୍ତର୍ଷି
ଦେବ+ଋଷି = ଦେବର୍ଷି
(ଖ) ଆ+ଋ = ଅର୍
ରାଜା+ ଋଷି = ରାଜର୍ଷି
ମହା+ଋଷି = ମହର୍ଷି
ଏଥୁରୁ ଜଣାଗଲା ଯେ,
‘ଅ’ ବା ‘ଆ’ ପରେ ‘ର’ ଥିଲେ ଦୁହେଁ ମିଶି ‘ଅର୍’ ହୁଅନ୍ତି ।
ଏହି ‘ ଅର୍’ର ‘ଅ’ ପୂର୍ବବର୍ଷରେ ଓ ‘ର୍’ ରେଫ୍ହୋଇ ପରବର୍ଷରେ ଯୁକ୍ତ ହୁଏ ।
୭. (କ) ଅ+ ଏ = ଐ
ହିତ +ଏଷୀ – ହିତୈଷୀ
ଜନ + ଏକ = ଜନୈକ
(ଖ) ଅ + ଐ = ଐ
ଅତୁଳ+ଐଶ୍ବର୍ଯ୍ୟ = ଅତୁଳେଶ୍ୱର୍ଯ୍ୟ
(ଗ) ଆ+ଏ = ଐ
ତଥା+ ଏବ = ତଥିବ
(ଘ) ଆ+ଐ = ଐ
ମହା+ ଐଶ୍ବର୍ଯ୍ୟ = ମହେଶ୍ୱର୍ଯ୍ୟ
ଏଥୁରୁ ଜଣାଗଲା ଯେ,
‘ଅ’ ବା ‘ଆ’ ପରେ ‘ଏ’ ବା ‘ ଐ’ ଥିଲେ ଦୁହେଁ ମିଶି ‘ଐ’, ହୁଅନ୍ତି
ଏହି ‘ ଐ’ ଐକାର ହୋଇ ପୂର୍ବବର୍ଷରେ ଯୁକ୍ତ ହୁଏ ।
୮. (କ) ଅ +ଓ = ଔ
ଜଳ+ଓଘ(ତରଙ୍ଗ) = ଜନୌଘ
(ବ୍ୟତିକ୍ରମ-ବିମ୍ବ+ଓଷ୍ଠ = ବିୟୋଷ୍ଠ )
(ଖ) ଅ + ଔ = ଔ
ବନ+ଔଷଧ = ବନୌଷଧ
(ଗ) ଆ +ଓ = ଔ
ମହା+ଓଜ(ତେଜ) = ମହୌଜ
(ଘ) ଆ +ଔ = ଔ
ମହା+ଔଷଧ = ମହୌଷଧ
ଏଥିରୁ ଜଣାଗଲା ଯେ,
‘ଅ’ ବା ‘ଆ’ ପରେ ‘ଓ’ ବା ‘ଔ’ ମୂଳେ ହେଁ ମିଶି ‘ଔ’ ହୁଅନ୍ତି ।
ଏହି ‘ଔ’, ଔ’କାର ହୋଇ ପୂର୍ବ ବର୍ଷରେ ଯୁକ୍ତ ହୁଏ ।
୯. (କ) ଇ+ଅ = ୟ
ପ୍ରତି+ଅହ = ପ୍ରତ୍ୟହ
(ଖ) ଇ+ଆ = (ୟ+ଆ) = ୟା
ଇତି+ଆଦି = ଇତ୍ୟାଦି
(ଗ) ଈ+ଅ = ୟ
ସୂଚି+ଅଗ୍ର = ସୂଚ୍ୟଗ୍ର
(ଘ) ଈ+ଉ = (ୟ+ଉ)=ୟୁ
ଅଭି+ଉଦୟ = ଅଭ୍ୟୁଦୟ
ଏଥୁରୁ ଆମେ ଜାଣିଲେ ଯେ,
‘ଇ’ ବା ‘ଈ’ ପରେ ‘ଇ’ ବା ‘ଈ’ ଭିନ୍ନ ଅନ୍ୟ ସ୍ବରବର୍ଷଥିଲେ ‘ଇ’ ବା ‘ଈ’ ସ୍ଥାନରେ ‘ୟ’ ହୁଏ ।
ଏହି ‘ୟ’ ଓ ପରବର୍ତୀ ସ୍ଵରବର୍ଷ ମିଳିତ ହୋଇ ପୂର୍ବ ବର୍ଷରେ ଯୁକ୍ତ ହୁଅନ୍ତି ।
୧୦. ଉ+ଅ= ୱ
ଅନୁ+ଅୟ = ଅନ୍ବୟ
ଉ+ ଏ= ୱ+ ଏ = ୱେ
ଅନୁ+ଏଷଣ = ଅନ୍ଵେଷଣ
ଉ+ଆ = ୱ+ଆ = ଓ୍ବା
ସୁ+ଆଗତ = ସ୍ଵାଗତ
ବହୁ+ଆଡ଼ମ୍ବର = ବହୁଡ଼ମ୍ବର
ବଧୂ+ଆଦି = ବଧାଦି
ଏଥୁରୁ ଜଣାଗଲା ଯେ,
‘ଉ’ ବା ‘ଊ’ ପରେ ‘ଉ’ ବା ‘ଊ’ ଭିନ୍ନ ଅନ୍ୟ ସ୍ଵରବର୍ଣ୍ଣ ଥିଲେ ‘ଉ’ ବା ‘ଊ’ ସ୍ଥାନରେ ‘ୱ’ ହୁଏ
ଏହି ‘ ୱ’ ଓ ପରବର୍ତୀ ସ୍ଵରବର୍ଷ ମିଳିତ ହୋଇ ପୂର୍ବବର୍ଷରେ ଯୁକ୍ତ ହୁଅନ୍ତି
୧୧. ଏ+ଅ= ଅୟ
ନେ+ଅନ = ନିୟନ
ଐ+ଅ= ଆୟ
ନୈ+ଅକ = ନାୟକ
ଗୈ+ଅକ = ଗାୟକ
ଏଥୁରୁ ଆମେ ଜାଣିଲେ ଯେ,
‘ଏ’ ବା ‘ଐ’ ପରେ ଅନ୍ୟ ସ୍ବରବର୍ଷ ଥିଲେ ‘ଏ’ ସ୍ଥାନରେ ଅୟ’ ଓ ‘ ଐ’ ସ୍ଥାନରେ ‘ଆୟ’ ହୁଏ।
ଏହି ଅୟ’ ଓ ଆୟ’ ସହିତ ପରବର୍ତୀ ସ୍ଵରବର୍ଷ ଯୁକ୍ତ ହୁଏ ।
୧୨. ଓ+ଅ = ଅବ
ଭୋ+ଅନ = ଭବନ
ପୋ+ଅନ = ପବନ
ଔ+ଉ = ଅବ+ଉ = ଆବୁ
ଭୌ+ଉକ = ଭାବୁକ
ଏଥୁରୁ ଜଣାଗଲା ଯେ,
‘ ଓ’ ବା ‘ଔ’ ପରେ ଅନ୍ୟ ସ୍ବରବର୍ଷ ଥିଲେ ‘ ଓ’ ସ୍ଥାନରେ ‘ଅବ୍’ ଓ ‘ ଔ’ ସ୍ଥାନରେ ‘ଆବ୍’ ହୁଏ
ଏହି ‘ଅବ୍’ ଓ ‘ଆବ୍’ ସହିତ ପରବର୍ତୀ ସ୍ବର ଯୁକ୍ତ ହୁଏ ।
ବ୍ୟତିକ୍ରମ – ( ଗୋ+ଅକ୍ଷ = ଗବାକ୍ଷ)
ବ୍ୟଞ୍ଜନ ସନ୍ଧି
(କ) ‘ସଚ୍ଚରିତ୍ର’ ହେଉଛି ଶିଷ୍ୟର ଶ୍ରେଷ୍ଠ ଭୂଷଣ ।
(ଖ) ଶ୍ଵେତକେତୁଙ୍କୁ ଶିକ୍ଷାଦାନ କରିବା ପାଇଁ ଉଦ୍ଦାଳକ ‘ସଦିଚ୍ଛା’ ପ୍ରକାଶ କରିଥିଲେ ।
ଆସି ଉପରବାକ୍ୟ ଗୁଡ଼ିକରେ ଥିବା ବଡ଼ ଅକ୍ଷରର ଶବ୍ଦଗୁଡ଼ିକୁ ଦେଖିବା ।
ସଚ୍ଚରିତ୍ର=ସତ୍+ଚରିତ୍ର
ସଦିଚ୍ଛା = ସତ୍ + ଇଚ୍ଛା
🖝 ଶବ୍ଦ ଦୁଇଟି ଏହି ଧାରାରେ ଗଠିତ ହୋଇଛି । ‘ସଚ୍ଚରିତ୍ର’ରେ (ତ୍+ଚ) ଅର୍ଥାତ ପୂର୍ବପଦ ‘ସତ୍’ର ଶେଷବର୍ଣ୍ଣ ‘ତ୍’ ଓ ପରପଦ ‘ ଚରିତ୍ର’ର ପ୍ରଥମବର୍ଷ ‘ଚ’ ଦୁଇଟି ବ୍ୟଞ୍ଜନ ବର୍ଣ୍ଣର ମିଳନ ଘଟିଛି । ସେହିପରି ‘ ସଦିଚ୍ଛା’ ଶବ୍ଦରେ (ତ୍+ଇ) ଅର୍ଥାତ ପୂର୍ବପଦ ‘ସତ୍’ର ଶେଷବର୍ଣ‘ତ୍’ ସହିତ ପରପଦ ‘ ଇଚ୍ଛା’ର ପ୍ରଥମବର୍ଣ୍ଣ ‘ଇ’ର ମିଳନ ଘଟିଛି । ଏଠାରେ ବ୍ୟଞ୍ଜନ ବର୍ଣ୍ଣସହ ସ୍ଵରବର୍ଣ୍ଣର ମିଳନ ଘଟିଛି ।
ଏଥୁରୁ ଜଣାଗଲା ଯେ,
🖝 ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ବ୍ୟଞ୍ଜନ ବର୍ଷ ସହିତ ପରପଦର ପ୍ରଥମ ବ୍ୟଞ୍ଜନ ବର୍ଷ ବା ସ୍ୱରବର୍ଣ୍ଣର ମିଳନକୁ ବ୍ୟଞ୍ଜନ ସନ୍ଧି କହନ୍ତି ।
ନିମ୍ନରେ ଏହାର ବିଭିନ୍ନ ରୂପ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ଆସ ସେଗୁଡ଼ିକୁ ଜାଣିବା ।
୧. ଦିକ୍ + ଅନ୍ତ = ଦିଗନ୍ତ
ବାକ୍ୟ+ଈଶ = ବାଗୀଶ
ଉତ୍+ଯାପନ = ଉଦ୍ଯାପନ
ଣିଚ୍+ଅନ୍ତ = ଣିଜନ୍ତ
ଦିକ୍+ଗଜ = ଦିଗଗଜ
ଦିକ୍+ବଳୟ = ଦିଗ୍ବଳୟ
ଉତ୍+ଘାଟନ = ଉଦ୍ଘାଟନ
ଜୟତ୍+ରଥ = ଜୟଦ୍ରଥ
🖝 ବ୍ୟଞ୍ଜନ ବର୍ଣ୍ଣ ପରେ ସ୍ୱରବର୍ଣ୍ଣ, ବର୍ଗର ତୃତୀୟ ଚତୁର୍ଥ ବର୍ଷ କିମ୍ବା ଯ, ର, ଳ, ବ, ହ ଥିଲେ ପୂର୍ବପଦର ଶେଷରେ ଥିବା ପ୍ରତିବର୍ଗର ପ୍ରଥମବର୍ଣ୍ଣ ସ୍ଥାନରେ ସେହିବର୍ଗର ତୃତୀୟବର୍ଣ୍ଣ ହୁଏ । ଏହି ସୂତ୍ରରେ ବାଗାଡ଼ମ୍ବର, ଉଦ୍ବେଗ, ସଦ୍ବଚନ, ଭବଦୀୟ, ସଦାନନ୍ଦ ଆଦି ଶବ୍ଦ ଗୁଡ଼ିକ ମଧ୍ୟ ଗଢ଼ାଯାଇପାରିବ ।
ବ୍ୟତିକ୍ରମ – (ଯାବତ୍+ଇୟ=ଯାବତୀୟ )
୨.ଚଳତ୍+ଚିତ୍ର=ଚଳଚ୍ଚିତ୍ର (ତ୍+ଚ+ଇ) (ଚ୍+ଚ+ଇ) = ଚ୍ଚି
ଉତ୍+ଚାରଣ = ଉଚ୍ଚାରଣ, ଉତ୍+ଛନ୍ନ=ଉଚ୍ଛନ୍ନ (ତ୍+ଛ) = (ଚ+ଛ) = ଚ୍ଛ
ଉତ୍+ଛେଦ = ଉଚ୍ଛେଦ (ତ୍+ଛ+ଏ) = (ଚ୍+ଛ+ଏ) = ଛେ
ବିପଦ୍+ଚୟ = ବିପଜୟ (ଦ୍+ଚ) = (ଚ୍+ଚ) = ଜ
ତଦ+ଛବି = ତଚ୍ଛବି (ଦ୍+ଛ) = (ଚ୍+ଛ) = ଚ୍ଛ
🖝 ‘ତ’ ବା ‘ଦ’ ପରେ ‘ଚ’ ବା ‘ଛ’ ଥିଲେ ‘ତ’ ବା ‘ଦ’ ସ୍ଥାନରେ ‘ଚ’ ହୁଏ। ଏହି ‘ଚ’ ପରବର୍ତୀ ବର୍ଣ୍ଣ ସହିତ ଯୁକ୍ତ ହୁଏ ।
୩. ବିପଦ୍+ଜନକ = ବିପଜ୍ଜନକ (ଦ୍+ଜ) = (ଜ୍+କ) = ଜ୍ଜ
ଉତ୍+ଜ୍ଵଳ=ଉଜ୍ଜ୍ଵଳ (ତ୍+ଜ) = (ଜ୍+ଜ+ୱ) = ଜଜ୍ଜ୍ଵ( ବା) = ଜ୍ଜ୍ଵ
ଜଗତ୍+ଜନନୀ = ଜଗଜ୍ଜନନୀ (ତ୍+ଜ) = (ଜ+ଜ) = ଜ୍ଜ
ବୃହତ୍ + ଝଟିକା = ବୃହଜ୍ଝଟିକା (ତ୍+ଝ) = (ଜ୍+ଝ) = ଜଝ
ବିପଦ+ଝଟିକା = ବିପଦଝଟିକା (ଦ୍+ଝ) – (ଜ+ଝ) = ଜଝ
🖝 ‘ତ’ ବା ‘ଦ’ ପରେ ‘ଜ’ ବା ‘ଝ’ ଥିଲେ ‘ତ’ ବା ‘ଦ’ ସ୍ଥାନରେ ‘ଜ୍’ ହୁଏ । ଏ ‘ଜ୍’ ପରବର୍ତୀ ବର୍ଣ୍ଣ ସହିତ ଯୁକ୍ତ ହୁଏ ।
୪.ଉତ୍+ଡୀନ = ଉଡ୍ଡୀନ (ଉଡ୍ଡୀନ) (ତ୍++ଈ) = (ଡ+ଡ+ଈ ) = ଡ୍ଡୀ
ତଦ୍+ଡିଣ୍ଡିମ = ତତ୍ପଶ୍ଚିମ (ଦ୍++ଇ) = (ଡ+ଡ+ଇ) = ଉଡିଙ୍ଗି
🖝 ‘ତ’ ବା ‘ଦ’ ପରେ ‘ଡ’ ଥିଲେ ‘ତ’ ବା ‘ଦ’ ସ୍ଥାନରେ ‘ଡ’ ହୁଏ ଏହି ‘ଡ’ ପରବର୍ତୀ ବର୍ଣ୍ଣ ସହିତ ଯୁକ୍ତହୁଏ ।
୫. ଉତ୍+ହାର = ଉଦ୍ଧାର
ତଦ୍+ହିତ = ତଦ୍ଧିତ
ଉତ୍+ହତ = ଉଦ୍ଧତ
🖝 ‘ତ’ ବା ‘ଦ’ ପରେ ‘ହ’ ଥିଲେ ଦୁହେଁ ମିଶି ‘ଦ୍ଧ’ ହୁଅନ୍ତି ।
୬. ଉତ୍ + ଲେଖ = ଉଲ୍ଲେଖ
ତଦ୍ + ଲକ୍ଷଣ = ତକ୍ଷଣ
🖝 ‘ତ’ ବା ‘ଦ’ ପରେ ‘ଲ’ ଥିଲେ ‘ତ’ ବା ‘ଦ’ ସ୍ଥାନରେ ‘ଲ’ ହୁଏ । ଏହି ‘ଲ’ ପରବର୍ତୀ ‘ଲ’ ସହିତ ମିଳିତ ହୁଏ ।
୭. ଉତ୍ + ଶୃଙ୍ଖଳ = ଉଛୃଙ୍ଖଳ (ତ୍+ଶ୍+ଋ) = (ଚ୍+ଛ+ର) = ଛୃ
ଉତ୍+ଶ୍ଵାସ= ଉଲ୍ଲାସ (ତ୍+ଶ+) = (ଚ୍+ଚ୍ଛ+) = ଚ୍ଛା
ବିପଦ୍+ଶଙ୍କା = ବିପଛଙ୍କା (ଦ୍+ଶ) = (ଚ୍+ଛ) = ଚ୍ଛ
‘ତ’ ବା ‘ଦ’ ପରେ ‘ଶ’ ଥିଲେ ‘ତ୍’ ବା ‘ଦ୍’ ସ୍ଥାନରେ ‘ଚ୍’ ହୁଏ ଓ ‘ଶ’ ସ୍ଥାନରେ ‘ଛ’ ହୁଏ। ଏହି ‘ଚ୍’ ଓ ‘ଛ’ ମିଶି ‘ଚ୍ଛ’ ହୁଅନ୍ତି ।
୮. ଜଗତ୍+ନାଥ = ଜଗନ୍ନାଥ (ତ୍+ନ)= (ନି+ନ) = ନୃ+ଆ = ନ୍ନା
ମୃତ୍+ମୟ = ମୃଣ୍ମୟ
ଚିତ୍ର+ମୟ = ଚିନ୍ମୟ
ଜଗତ୍+ମୋହନ = ଜଗନ୍ମୋହନ
🖝 ପରପଦର ପ୍ରଥମ ବର୍ଣ୍ଣ ‘ ନ’ ବା ‘ମ’ ହୋଇଥିଲେ ପୂର୍ବପଦର ଶେଷବର୍ଣ୍ଣ ଯେଉଁ ବର୍ଣ୍ଣର ହୋଇଥାଏ; ତା’ ସ୍ଥାନରେ ସେହିବର୍ଗର ପଞ୍ଚମ ବର୍ଣ୍ଣହୁଏ ଓ ତାହା ପରବର୍ତୀ ବର୍ଣ୍ଣ ସହିତ ଯୁକ୍ତହୁଏ
୯. ସମ୍+ଚୟ = ସଞ୍ଚୟ, ସଂଚୟ (ମୂ+ଚ) = (ଞ୍ଜ୍+ଚ) = ଞ୍ଚ
ସମ୍+ଜୟ = ସଞ୍ଜୟ, ସଂଜୟ
ସମ୍+ବାଦ = ସମ୍ବାଦ, ସଂବାଦ
ସମ୍+ଗ୍ରହ = ସଂଗ୍ରହ
ସମ୍+ବଳ = ସମ୍ବଳ, ସଂବଳ
🖝 ‘ମ’ ପରେ ଯେଉଁ ବର୍ଗର ବର୍ଣ୍ଣ ଥାଏ, ‘ମ’ ସ୍ଥାନରେ ସେହି ବର୍ଗର ପଞ୍ଚମବର୍ଣ୍ଣ ହୁଏ; ବିକଳ୍ପରେ ‘ମ୍’ ସ୍ଥାନରେ ଅନୁସ୍ଵାର ମଧ୍ୟ ହୋଇଥାଏ ।
୧୦. ସମ୍+ସାର = ସଂସାର
ସମ୍+ଶୋଧନ = ସଂଶୋଧନ
ସମ୍+ରକ୍ଷଣ = ସଂରକ୍ଷଣ
ସମ୍+ହତି = ସଂହତି
🖝 ‘ମ୍’ ପରେ ଅବର୍ଗ୍ୟ ବର୍ଣ୍ଣଥିଲେ ‘ମ୍’ ସ୍ଥାନରେ ଅନୁସ୍ଵାର ହୁଏ ।
୧୧. ତୁଷ୍ +ତ = ତୁଷ୍ଟ
ଷଷ୍+ଥ = ଷଷ୍ଠ
ଶିଷ୍ୟ + ତ = ଶିଷ୍ଟ
🖝 ‘ଷ’ ପରେ ‘ତ’ ଥିଲେ ‘ତ’ ସ୍ଥାନରେ ‘ଟ’ ଓ ‘ଥ’ ଥିଲେ ‘ଥ’ ସ୍ଥାନରେ ‘୦’ ହୁଏ।
୧୨. ସମ୍+କୃତି = ସଂସ୍କୃତି
ପରି+କାର = ପରିଷ୍କାର
ସମ୍+କାର = ସଂସ୍କାର
🖝 ‘ସମ୍’ ଓ ‘ ପରି’ ଉପସର୍ଗ ପରେ ‘କୃ’ ଧାତୁ ନିଷ୍ପନ୍ନ କାର, କୃତି, କରଣ ପ୍ରଭୃତି ପଦ ରହିଲେ ‘ସ୍’ ବର୍ଷର ଆଗମନ ହୁଏ ଏବଂ ତାହା ପରବର୍ତୀ ବର୍ଣ୍ଣ ସହିତ ଯୁକ୍ତହୁଏ। ସ୍ଥଳ ବିଶେଷରେ ‘ସ’ ଷ’ତ୍ବବିଧ ଅନୁଯାୟୀ ‘ଷ’ରେ ପରିଣତ ହୁଏ ।
୧୩. ଆପଦ+କାଳ = ଆପତ୍କାଳ (ଆପତ୍କାଳ)
ତଦ୍+ପର = ତତ୍ପର ( ତତ୍ପର)
କ୍ଷୁଧ୍+ପିପାସା = କ୍ଷୁତ୍ପିପାସା
🖝 ‘ଦ୍’ ଓ ‘ଧ୍’ ପରେ କ, ଖ, ପ, ଫ, ସ ମଧ୍ୟରୁ କୌଣସି ଗୋଟିଏ ବର୍ଣ୍ଣ ରହିଲେ ‘ଦ୍’ ବା ‘ଧ୍’ – ‘ତ’ରେ ପରିଣତ ହୁଏ ।
୧୪. ଅନୁ+ଛେଦ = ଅନୁଚ୍ଛେଦ
ପରି+ଛଦ = ପରିଚ୍ଛଦ
ବି+ଛେଦ = ବିଚ୍ଛେଦ
ଆ+ଛାଦନ = ଆଚ୍ଛାଦନ
🖝 ‘ଛ’ ପରେ ଥିଲେ ପୂର୍ବପଦର ଅନ୍ତସ୍ଥିତ ସ୍ବରବର୍ଣ୍ଣ ପରେ ‘ଚ୍’ର ଆଗମ ହୁଏ । ଏହି ‘ଚ୍’ ଓ ପରବର୍ତ୍ତୀ ‘ଛ’ ମିଶି ‘ଚ୍ଛ’ ହୁଅନ୍ତି ।
ବିସର୍ଗ ସନ୍ଧି
ପ୍ରାତର୍ = ପ୍ରାତଃ
ଅନ୍ତର୍ = ଅନ୍ତଃ
ଦୁର = ଦୁଃ
ନିର୍ = ନିଃ
ମନସ୍ = ମନଃ
ଯଶସ୍ = ଯଶଃ
ତେଜସ୍ = ତେଜଃ
ରଜସ୍ = ରଜଃ
ଉପର ଶବ୍ଦଗୁଡ଼ିକୁ ଆମେ ଲକ୍ଷ୍ୟକଲେ ଜଣାପଡୁଛି ଯେ ‘ର୍’ ଆଉ ‘ସ୍’ ହେଉଛନ୍ତି ବିସର୍ଗ ର ଗୋଟିଏ ଗୋଟିଏ ରୂପ ।
(କ) ଗୁରୁ ଶିଷ୍ୟର ଗତିବିଧିକୁ ନିରୀକ୍ଷଣ କଲେ ।
(ଖ) କର୍ତ୍ତବ୍ୟରେ ଅବହେଳା କଲେ ପଛରେ ମନସ୍ତାପ କରିବାକୁ ପଡ଼େ ।
ଆସ, ଉପର ବାକ୍ୟ ଦୁଇଟିରେ ଥିବା ବଡ଼ ଅକ୍ଷର ବିଶିଷ୍ଟ ଶବ୍ଦ ଦୁଇଟିର ଗଠନ ପ୍ରଣାଳୀକୁ ଦେଖିବା ।
ନିରୀକ୍ଷଣ = ନିଃ+ଈକ୍ଷଣ (ନିଃ = ନିର୍+ଈକ୍ଷଣ) = (ର୍+ଈ) = ରୀ
ମନସ୍ତାପ = ମନଃତାପ ( ମନଃ = ମନସ୍+ତାପ) = (ସ୍+ତା) = ସ୍ତା
🖝 ଏଥିରେ ଆମେ ଦେଖିଲେ ଯେ ପ୍ରଥମଶବ୍ଦ ‘ ନିରୀକ୍ଷଣ’ରେ ପୂର୍ବପଦର ଶେଷରେ ଥିବା ‘’ ସହିତ ପରପଦର ଆଦ୍ୟ ବର୍ଣ୍ଣ ‘ଈ’ ବା ସ୍ଵରବର୍ଣ୍ଣର ମିଳନ ହେଲା । ସେହିପରି ଦ୍ଵିତୀୟଶବ୍ଦ ‘ ମନସ୍ତାପ’ରେ ପୂର୍ବପଦର ଶେଷରେ ଥିବା ବିସର୍ଗ ସହିତ ପରପଦର ଆଦ୍ୟରେ ଥିବା ‘ତ’ ବା ବ୍ୟଞ୍ଜନ ବର୍ଣ୍ଣର ମିଳନ ହେଲା । ଏଥିରୁ ଜଣାଗଲା ଯେ, ପୂର୍ବପଦର ଶେଷରେଥିବା ବିସର୍ଗ ସହିତ ପରପଦର ପ୍ରଥମରେ ଥିବା ସ୍ବରବର୍ଷ ବା ବ୍ୟଞ୍ଜନ ବର୍ଣ୍ଣର ମିଳନ ହେଲେ ବିସର୍ଗ ସନ୍ଧି ହୁଏ।
ଆସ ନିମ୍ନରେ ପ୍ରଦତ୍ତ ହୋଇଥିବା ତା’ର ବିଭିନ୍ନ ରୂପକୁ ଦେଖିବା
୧. ନଭଃ+ଚର = ନଭଶ୍ଚର
ନିଃ+ଚୟ = ନିଶ୍ଚୟ
ଦୁଃ+ଚିନ୍ତା=ଦୁଶ୍ଚିନ୍ତା
🖝 ବିସର୍ଗ ପରେ ‘ଚ’ ବା ‘ଛ’ ଥିଲେ ବିସର୍ଗ ସ୍ଥାନରେ ‘ଶ’ ହୁଏ
୨. ଧନୁ+ଟଙ୍କାର =ଧନୁଷ୍ଟଙ୍କାର
🖝 ବିସର୍ଗପରେ ‘ଟ’ ବା ‘୦’ ଥିଲେ ବିସର୍ଗସ୍ଥାନରେ ‘ଷ’ ହୁଏ ।
୩. ମନଃ + ତାପ=ମନସ୍ତାପ
ଦୁଃ+ତର=ଦୁସ୍ତର
🖝 ବିସର୍ଗ ପରେ ‘ତ’ ବା ‘ଅ‘ ଥିଲେ ବିସର୍ଗ ସ୍ଥାନରେ ‘ସ’ ହୁଏ।
୪. ଶିରଃ+ବ୍ୟଥା = ଶିରୋବ୍ୟଥା
ମନଃ +ବାଞ୍ଛା = ମନୋବାଞ୍ଛା
ମନଃ+ଯୋଗ = ମନୋଯୋଗ
ମନଃ + ହର = ମନୋହର
ତତଃ+ଅଧିକ = ତତୋଧୂଳ
ବୟଃ+ବୃଦ୍ଧି = ବୟୋବୃଦ୍ଧି
ତପଃ+ବନ = ତପୋବନ
ମନଃ+ରଞ୍ଜନ = ମନୋରଞ୍ଜନ
ତେଜଃ+ମୟ = ତେଜୋମୟ
ଅଧଃ+ଗତି = ଅଧୋଗତି
🖝 ସ୍-ରୂପୀ ବିସର୍ଗ ପରେ ଅ, ବର୍ଗର ତୃତୀୟ, ଚତୁର୍ଥ, ପଞ୍ଚମବର୍ଣ୍ଣ କିମ୍ବା ଯ, ର, ଳ, ବ, ହ ଥିଲେ ବିସର୍ଗସ୍ଥାନରେ ‘ ଓ’ ହୁଏ ।
୫. ପୁନଃ + ଅପି = ପୁନରପି
ପୁନଃ+ଆଗମନ = ପୁନରାଗମନ
ପୁନଃ+ମୂଷିକ = ପୁନର୍ମୂଷିକ
ଅନ୍ତଃ+ଦାହ = ଅନ୍ତର୍ଦାହ
ନିଃ+ଜନ = ନିର୍ଜନ
ନିଃ+ଦେଶ = ନିର୍ଦ୍ଦେଶ । ନିର୍ଦେଶ
ଦୁଃ+ଗତି = ଦୁର୍ଗତି
ନିଃ+ଲୋଭ = ନିର୍ଲୋଭ
ଧନୁଃ+ବିଦ୍ୟା = ଧନୁର୍ବିଦ୍ୟା
ସ୍ୱ+ଗତ = ସ୍ଵର୍ଗତ
ଅନ୍ତଃ+ ହିତ = ଅନ୍ତର୍ହିତ
ନିଃ+ଧନ = ନିର୍ଶନ, ନିର୍ଧନ
ମୁଦୁଃ+ମୁଦୁଃ = ମୁହୁର୍ମୁହଃ
ଆୟୁ+ବେଦ = ଆୟୁର୍ବେଦ
🖝 ‘ର୍’ ରୂପୀ ବସର୍ଗପରେ ସ୍ଵରବର୍ଣ୍ଣ, ବର୍ଗର ତୃତୀୟ, ଚତୁର୍ଥ, ପଞ୍ଚମବର୍ଣ୍ଣ, ଯ, ର,ଳ,ବ,ହ ଥିଲେ ବିସର୍ଗସ୍ଥାନରେ ‘ର’ ହୁଏ ।
୬. ନିଃ+ରସ = ନୀରସ
ଚତୁଃ+ରୋଗ = ଚକ୍ଷୁରୋଗ
ନିଃ+ରବ = ନୀରବ
🖝 ‘ର’ ରୂପୀ ବିସର୍ଗପରେ ‘ର’ ଥିଲେ ବିସର୍ଗରେ ଥିବା ‘ର୍’ ର ଲୋପହୁଏ ଓ ବିସର୍ଗ ପୂର୍ବବର୍ତୀ ସ୍ଵରର ଦୀର୍ଘ ହୁଏ ।
୭. ଅତଃ+ ଏକ = ଅତଏବ
🖝 ବିସର୍ଗ ପରେ ‘ଅ’ ଭିନ୍ନ ଅନ୍ୟ ସ୍ଵରବର୍ଣ୍ଣ ଥିଲେ ବିସର୍ଗର ଲୋପହୁଏ ।
୮. ମନଃ+କାମନା = ମନସ୍କାମନା
ଧନୁଃ+ପାଣି = ଧନୁଷ୍ପାଣି
ନିଃ+ଫଳ = ନିଷ୍ଫଳ
ନମଃ+କାର = ନମସ୍କାର
ନିଃ+ପାପ = ନିଷ୍ପାପ
ପୁରଃ+କାର = ପୁରସ୍କାର
🖝 ବିସର୍ଗପରେ କ, ପ, ପ, ଫ ଆଦି ଥିଲେ ବିସର୍ଗ ସ୍ଥାନରେ ‘ସ୍’ ହୁଏ । ସ୍ଥଳ ବିଶେଷରେ ଏହି ‘ସ୍’ ଷତ୍ଵବିଧୂ ଅନୁସାରେ ‘ଷ’ ମଧ୍ୟ ହୁଏ।
ବ୍ୟତିକ୍ରମ
ହରି+ଚନ୍ଦ୍ର = ହରିଶ୍ଚନ୍ଦ୍ର,
ଏକ+ଦଶ = ଏକାଦଶ
ବାର+ବାର = ବାରମ୍ବାର
ପର+ପର = ପରସ୍ପର
ଷଟ୍+ଦଶ = ଷୋଡ଼ଶ
ଅହଃ+ଅହଃ = ଅହରହ
ବୃହତ୍+ପତି = ବୃହସ୍ପତି
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com