Odia Grammar Sabda For Every Competitive Exams
Odia Grammar Sabda
If you are preparing for OPSC ASO, OTET, OSSTET, TGT, CTET, CHT, BEd Entrance, OSSC & Other Competitive Examination then Odia Grammar Sabda is necessary for you.
ଶବ୍ଦ |
🖝 ଆସ, ତଳେ ଲେଖା ଯାଇଥିବା ବର୍ଣ୍ଣଗୁଡ଼ିକ ବିଷୟରେ ଆଲୋଚନା କରିବା ।
(୧) ଟଅ (୨) ୩୦ (୩) ରହଡ଼ (୪) ଅ (୫) କ (୬) ଖ (୭) ଘର (୮) ନଗର (୯) ସରବତ (୧୦) ଅନବରତ
ପ୍ରଥମଧାଡ଼ିରେ ଥିବା (୧) ‘ଟଅ’, (୨) ‘ଣ୦’ ରେ ଦୁଇ ଦୁଇଟି ବର୍ଷର ମିଳନ ଘଟିଛି, ହେଲେ ସେଥିରେ କୌଣସି ଅର୍ଥ ପ୍ରକାଶ ପାଉନାହିଁ ।
ପୁଣି ସେହି ଧାଡ଼ିର (୩) ‘ ରହଡ଼’ ରେ ତିନୋଟି ବର୍ଷର ମିଳନ ଘଟିଛି । ହେଲେ, ତହିଁରୁ ମଧ୍ୟ କୌଣସି ଅର୍ଥ ପ୍ରକାଶିତ ହେଉନାହିଁ ।
ଦ୍ଵିତୀୟଧାଡ଼ିରେ ଥିବା ‘ ଅ’, ‘କ’, ‘ଖ’ ଆଦି ଗୋଟିଏ ଗୋଟିଏ ବର୍ଷ ହୋଇଥିଲେ ମଧ୍ୟ ଏଗୁଡ଼ିକର ଅର୍ଥ ପ୍ରକାଶ କରିବାର କ୍ଷମତା ଅଛି ।
(୪) ‘ଅ’ ର ଅର୍ଥ ବିଷ୍ଣୁ (୫) ‘କ’ ର ଅର୍ଥ ମସ୍ତକ, ଜଳ ।
(୬) ‘ଖ’ ର ଅର୍ଥ ଆକାଶ ।
ସେହିପରି (୭) ‘ଘର’ (୮) ‘ ନଗର’ (୯) ‘ ସରବତ୍’ (୧୦) ‘ ଅନବରତ’ ଏକାଧିକ ବର୍ଷର ସମ୍ମିଶ୍ରଣରେ ସୃଷ୍ଟି ହୋଇଛି । କିନ୍ତୁ ପ୍ରତ୍ୟେକର ଅର୍ଥପ୍ରକାଶ କରିବାର କ୍ଷମତା ରହିଛି । ବର୍ତ୍ତମାନ ଆମେ ଦେଖିଲେ ଯେ ଏକବର୍ଣ୍ଣ ବାଏକାଧୂକ ବର୍ଣ୍ଣର ମିଳନରେ କିଛି ନା କିଛି ଅର୍ଥ ପ୍ରକାଶିତ ହେଉଛି । ଅର୍ଥ ପ୍ରକାଶକ୍ଷମ ଏହି ବର୍ଷ ବା ବର୍ଣ୍ଣ ସମୂହର ମିଳନକୁ ଶବ୍ଦ କୁହାଯାଏ ।
ଏକବର୍ଣ୍ଣ ବାଏକାଧୂକ ବର୍ଣ୍ଣର ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ‘ଶବ୍ଦ’ କହନ୍ତି ।
ଏଠାରେ ବର୍ତ୍ତମାନ ପ୍ରମାଣିତ ହେଲା ଯେ – ପ୍ରଥମଧାଡ଼ିର ବର୍ଷ ବା ବର୍ଣ୍ଣସମୂହ (୧)ରୁ (୩) ପର୍ଯ୍ୟନ୍ତ ଅର୍ଥ ପ୍ରକାଶ କରିପାରୁନଥିବାରୁ ସେଗୁଡ଼ିକ ଶବ୍ଦ ପଦବାଚ୍ୟ ନୁହେଁ । କିନ୍ତୁ ଦ୍ବିତୀୟଧାଡ଼ିର (୪) ରୁ (୧୦) ପର୍ଯ୍ୟନ୍ତ ବର୍ଷ ବା ବର୍ଷ ସମୂହ ଅର୍ଥ ପ୍ରକାଶ କରି ପାରୁଥିବାରୁ ସେଗୁଡ଼ିକ ଶବ୍ଦ ପଦବାଚ୍ୟ ।
ଶବ୍ଦର ପ୍ରକାର ଭେଦ
🖝 ଅନୁଶୀଳନରୁ ଜଣାଯାଏ ଯେ ଭାଷା ହେଉଛି ଭାବ ବିନିମୟର ସର୍ବଶ୍ରେଷ୍ଠ ମାଧ୍ୟମ । ପୁଣି ଶବ୍ଦପୁଞ୍ଜ ହେଉଛନ୍ତି ଏ ଭାଷାର ଅଙ୍ଗପ୍ରତ୍ୟଙ୍ଗ ସଦୃଶ । ଏହିମାନଙ୍କୁ ନେଇ ସେ ନିଜର କଳେବର ବୃଦ୍ଧି କରିବାରେ କ୍ଷମ ହୋଇଥାଏ
🖝 ଗୋଟିଏ ଭାଷାର ଶବ୍ଦଭଣ୍ଡାରକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ସେଥିରୁ ଅନେକ ବହୁକାଳଧରି ଅପରିବର୍ତିତ ଥିବାବେଳେ କେତେକ ଶବ୍ଦର କାଳକ୍ରମେ ପରିବର୍ତ୍ତନ ଘଟି ନୂଆରୂପ ହୋଇଛି କେତେକ ଶବ୍ଦ ଲୋକମୁଖରୁ ନୂତନ ଭାବେ ସୃଷ୍ଟି ହୋଇଥିବାବେଳେ କେତେକ ଅନ୍ୟଭାଷାରୁ ଆସି ଏ ଭାଷା ସହିତ ମିଶିଯାଇଛନ୍ତି । ଏହିଧାରାର ପ୍ରଚଳନ ହେତୁ ଗୋଟିଏ ଭାଷା ମଧ୍ୟରେ ବିବିଧତା ଲକ୍ଷ୍ୟ କରାଯାଇଥାଏ ଆମ ଓଡ଼ିଆ ଭାଷା ମଧ୍ୟ ଏହି ଧାରାରୁ ବାଦ୍ ଯାଇନାହିଁ । ଅଧୂକନ୍ତୁ ଏହି ଧାରାକୁ ଆଖି ଆଗରେ ରଖୁ ଭାଷାଭଣ୍ଡାରକୁ ଚାରିଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା ଯଥାକ୍ରମେ – ତମ, ତଦ୍ଭବ, ଦେଶଜ ଓ ବୈଦେଶିକ ।
ତତ୍ସମ :
🖝 ‘ତତ୍’ ଓ ‘ ସମ’ – ଏ ଦୁଇଟି ଶବ୍ଦ ମିଶ୍ରଣରେ ‘ତତ୍ସମ’ ଶବ୍ଦଟି ଗଠିତ ହୋଇଛି । ଏହାର ଅର୍ଥ ହେଉଛି ‘ ତାହା ସହିତ ସମାନ’ – ଅର୍ଥାତ୍ ସଂସ୍କୃତ ଭାଷା ସହିତ ସମାନ ସଂସ୍କୃତ ଭାଷାର କେତେକ ଶବ୍ଦ ଅପରିବର୍ତ୍ତିତ ହୋଇ ଅବିକଳରୂପେ ଓଡ଼ିଆ ଭାଷାରେ ପ୍ରଚଳିତ ହୋଇ ଆସୁଅଛି, ଏଗୁଡ଼ିକୁ ତତ୍ସମ ଶବ୍ଦ କହନ୍ତି
🖝 ଏପରି ହେବାର କାରଣ ମଧ୍ୟ ଅଛି କାରଣ ଆର୍ଯ୍ୟମାନେ ଦୀର୍ଘକାଳ ଧରି ଭାରତବର୍ଷରେ ବସତିସ୍ଥାପନ କରିଆସିଛନ୍ତି ସେହିମାନଙ୍କର ଭାଷା ହେଉଛି ସଂସ୍କୃତ ତେଣୁ ଏହି ସଂସ୍କୃତ ଭାଷାର ପ୍ରଭାବ ଏ ଦେଶର ବିଭିନ୍ନ ଭାଷା ଉପରେ ରହିଆସିଛି ସେହି ଧାରାରୁ ଓଡ଼ିଆ ଭାଷା ବାଦ୍ ଯାଇନାହିଁ ଉଦାହରଣସ୍ୱରୂପ :- ନଦୀ, ଆକାଶ, ଅଙ୍କ, ଆଚାର୍ଯ୍ୟ, ସଂସାର, ପର୍ବତ … ଇତ୍ୟାଦି
ତଦ୍ଭବ :
🖝 ଏହାର ଅର୍ଥ ହେଉଛି ତହିଁରୁ ଭବ ବା ଜାତ – ଅର୍ଥାତ୍ ଓଡ଼ିଆ ଭାଷାର କେତେକ ଶବ୍ଦ ସଂସ୍କୃତ ଶବ୍ଦମାନଙ୍କରୁ ଜାତ ହୋଇଛନ୍ତି ।
ସଂସ୍କୃତ– ତଦ୍ଭବ | (ଓଡ଼ିଆ) ରୂପ |
ନଦୀ | ନଈ |
ଗାଭୀ | ଗାଈ |
କୂପ | କୂଅ |
ଗର୍ଦ୍ଦଭ | ଗଧ |
ହସ୍ତୀ | ହାତୀ |
ଦେଶକ :
🖝 ଓଡ଼ିଶାରେ ପ୍ରଚଳିତ ଦେଶଜ ଶବ୍ଦର ତ୍ରିବିଧ ସ୍ତର ରହିଛି । (୧) ଆଦିବାସୀ ଭାଷା, (୨) ଦ୍ରାବିଡ଼ ଭାଷା, (୩) ପୂର୍ଣ୍ଣମାତ୍ରାରେ ଓଡ଼ିଶାର ଜନସାଧାରଣଙ୍କ ମୁଖରୁ ଉଦ୍ଭବ ଭାଷା। (କ) ଦ୍ରାବିଡ଼ ଶବ୍ଦ – ଅଡ଼ା, ଆରିସା, ଏଣ୍ଡୁରି, ଅଗାଡ଼ି ପ୍ରଭୃତି । (ଖ) ଆଦିବାସୀ ଶବ୍ଦ –ଅଟେଇ, ଅରମା, ଆଣ୍ଠୁ ପ୍ରଭୃତି । (ଗ) ଓଡ଼ିଶାର ଜନସାଧାରଣଙ୍କ ମୁଖରୁ ସୃଷ୍ଟ – ଢିଙ୍କି, ଛାଞ୍ଚୁଣି, ଅଖାଡୁଆ, ଜନ୍ତାଳ, ଠେକରା, ଝୁମୁକା, ହାକୁଟି ପ୍ରଭୃତି। ବୈଦେଶିକ :
🖝 ବାଣିଜ୍ୟହେତୁ ହେଉ ବା ଶାସନସୂତ୍ରରେ ହେଉ କେତେକ ବାହାର ଦେଶର ପ୍ରଭାବ ଆମଦେଶ ଉପରେ ପଡ଼ିଥିଲା । ସେହି ପ୍ରଭାବରେ ଭାଷା ମଧ୍ୟ ପ୍ରଭାବିତ ହେଲା । ତେଣୁ କେତେକ ବିଦେଶୀ ଶବ୍ଦ ଆମଭାଷା ଭିତରେ ମିଶିଗଲେ । ସେହିଭଳି ଶବ୍ଦକୁ ବୈଦେଶିକ ଶବ୍ଦ କୁହାଯାଏ ।
(୧) ପର୍ତ୍ତୁଗୀଜ – ଗୀର୍ଜା, ପାଦ୍ରି
(୨) ଯାବନିକ – ଅକଲ, ଅଦାଲତ, ଆଇନା, ଇସ୍ତଫା, ଓକିଲ, ନଗଦ, ତହସିଲଦାର, ମୁଦାଲା, ମୁନିବ ପ୍ରଭୃତି ।
(୩) ପାରସିକ – ଅଙ୍ଗୁର, ଅବକାରୀ, ଖଜଣା, କରଜ, ଚଷମା, ସୁପାରିସ, ହୁସିଆର ଇତ୍ୟାଦି । (୪) ତୁର୍କୀ -କଇଞ୍ଚ, କୁଲି, ଗାଲିଚା, ବନ୍ଧୁକ, ବାରୁଦ, ତୋପ, ଚପାତି ଇତ୍ୟାଦି ।
(୫) ଇଂରାଜୀ – ଟିକେଟ, ବେଞ୍ଚ, ଟେବୁଲ, କଜ୍, ପେନ୍, ଇଞ୍ଜିନ୍, କଲେଜ ଇତ୍ୟାଦି ।
ଶବ୍ଦର ରୂପ
🖝 ଶବ୍ଦଭଣ୍ଡାରର ପରିସର ଅତି ବିଶାଳ । ଗଠନ ଦୃଷ୍ଟିରୁ ଏହାକୁ ଦୁଇଭାଗରେ ବିଭକ୍ତ କରାଯାଏ । ତାହା ହେଉଛି ଯଥାକ୍ରମେ ମୌଳିକ ଓ ବ୍ୟୁତ୍ପନ୍ନ ।
ମୌଳିକ ଶବ୍ଦ
🖝 ଯେଉଁ ଶବ୍ଦରୁ କୌଣସି ଉପାୟରେ ଗୋଟିଏ ହେଲେ ବି ବର୍ଷ କାଟିହୁଏ ନାହିଁ, ଅର୍ଥାତ୍ ଗୋଟିଏ ବର୍ଷ କାଟି ଦେଲେ ତାର ଅଙ୍ଗ ହାନି ହେବା ସଙ୍ଗେ ସଙ୍ଗେ ଅର୍ଥ ପ୍ରକାଶ କ୍ଷମତା ଲୋପପାଏ, ତାକୁ ମୌଳିକ ଶବ୍ଦ କହନ୍ତି ଯଥା :- ଗଛ, ବହି, ଧୂଳି, ପାଟ, ଡେଙ୍ଗା, ଧଳା ଇତ୍ୟାଦି ।
ବ୍ୟୁତ୍ପନ୍ନ ଶବ୍ଦ
🖝 ମୂଳଶବ୍ଦର ପୂର୍ବରୁ ବା ପରେ ଆଉ ଏକ ରୂପ (ପ୍ରତ୍ୟୟ ବା ଶବ୍ଦ) ସଂଯୋଗକରି ନୂତନ ଶବ୍ଦ ଗଠନ କରାଗଲେ ତାହାକୁ ବ୍ୟୁତ୍ପନ୍ନ ଶବ୍ଦ କହନ୍ତି ଯଥା – ପ୍ରତାପ = ପ୍ରତାପ, ଆହୁରି ମନେରଖୁବାକୁ ହେବ ଯେ – କ୍ରିୟାପଦ
🖝 ପୂର୍ବବର୍ଣ୍ଣିତ ମୌଳିକ ଶବ୍ଦକୁ ତଥା କ୍ରିୟାର ମୂଳରୂପ ଧାତୁକୁ ‘ପ୍ରକୃତି’ କୁହାଯାଏ । ଏହି ପ୍ରକୃତି ସହିତ ପ୍ରତ୍ୟୟ ଯୁକ୍ତ ହୋଇ ନୂତନ ଶବ୍ଦ ସୃଷ୍ଟି ହୋଇଥାଏ, ଯଥା:- (ଧାତୁ) କୃ + ଅନୀୟ = କରଣୀୟ, ଦୃଶ୍ + ଅନୀୟ = ଦର୍ଶନୀୟ ଉଡ୍ + ଅନ୍ତା = ଉଡ଼ନ୍ତା, କାଠ + ଇ = କାଠି ଇତ୍ୟାଦି । କୁଲା + ଏଇ = କୁଲେଇ
ଶବ୍ଦଗଠନର ଧାରା
🖝 ଆବଶ୍ୟକ ଅନୁସାରେ ଅର୍ଥପ୍ରକାଶ ଓ ଭାବବୋଧ କରାଇବା ପାଇଁ ଭାଷାରେ ନୂତନ ଶବ୍ଦମାନ ସୃଷ୍ଟି ହୋଇଥାନ୍ତି ମୁଖ୍ୟତଃ ଯୋଗବିୟୋଗ ପ୍ରକ୍ରିୟାରେ ଶବ୍ଦର ରୂପରେ ପରିବର୍ତ୍ତନ ଘଟି ଏ ନୂତନ ଶବ୍ଦମାନ ସୃଷ୍ଟି ହୋଇଥାନ୍ତି । ଏହି ଗଠନରୀତିର ଧାରାରେ ଆମ ଆଖୁ ଆଗକୁ ଆସନ୍ତି- ଲିଙ୍ଗ, ବଚନ, ବିଭକ୍ତି, ସନ୍ଧି, ସମାସ, ଯୁଗ୍ମଶବ୍ଦ, ବିପରୀତାର୍ଥ ବୋଧକ ଶବ୍ଦ, ସମୋଚ୍ଚାରିତ ଶବ୍ଦ, ବୃଦନ୍ତ, ତଦ୍ଧିତ, ଉପସର୍ଗ, ସନ୍ନନ୍ତ, ଯନ୍ତ, ଣିଜନ୍ତ, ‘ଣ’ତ୍ବ ବିଧୂ ଓ ‘ଷ’ତ୍ଵ ବିଧ୍ ଆଦି ।
ଲିଙ୍ଗ
🖝 ଓଡ଼ିଆଭାଷାରେ ପ୍ରାଣୀବାଚକ ବିଶେଷ୍ୟ ଗୁଡ଼ିକରେ ପୁରୁଷ ଓ ସ୍ତ୍ରୀ ଭେଦରେ ଲିଙ୍ଗ ନିରୂପଣ କରାଯାଇଥାଏ ପୁଣି ଅପ୍ରାଣୀବାଚକ ବିଶେଷ୍ୟ ଗୁଡ଼ିକୁ କ୍ଲବ ଲିଙ୍ଗ ଭାବେ ଗ୍ରହଣ କରାଯାଏ । ପୁରୁଷ ବାଚକ ଶବ୍ଦ ପୁଂଲିଙ୍ଗ ଓ ସ୍ତ୍ରୀ ବାଚକ ଶବ୍ଦ ସ୍ତ୍ରୀ ଲିଙ୍ଗ ଭାବରେ ଗୃହୀତ ହୋଇଥାନ୍ତି ପୁଂଲିଙ୍ଗକୁ ସ୍ତ୍ରୀ ଲିଙ୍ଗ କଲାବେଳେ ଅନେକ ସ୍ଥଳରେ ପ୍ରତ୍ୟୟ ଯୁକ୍ତ ହୋଇଥାଏ । ଯେପରି ‘ ବାଘ’ ଶବ୍ଦଟି ହେଉଛି ଫୁଲିଙ୍ଗ ଏଥିରେ ‘ଉଣୀ’ ପ୍ରତ୍ୟୟ ଯୁକ୍ତ ହେଲେ ତାହା ହୁଏ ‘ବାଘୁଣୀ’ ବା ବାଘର ସ୍ତ୍ରୀଲିଙ୍ଗ । ନିମ୍ନରେ କେତେକ ପ୍ରତ୍ୟୟ ଯୁକ୍ତ ହୋଇ ସ୍ତ୍ରୀଲିଙ୍ଗର ରୂପ ଦିଆଯାଇଛି ।
ପୁଂଲିଙ୍ଗ | ସ୍ତ୍ରୀଲିଙ୍ଗ |
‘ଆ’ ପ୍ରତ୍ୟୟ | |
କୋକିଳ | କୋକିଳା |
‘ଈ’ ପ୍ରତ୍ୟୟ | |
କିଶୋର | କିଶୋରୀ |
ମାନବ | ମାନବୀ |
ନର | ନାରୀ |
ନାଗର | ନାଗରୀ |
‘ଆନୀ’ ଓ ‘ଆଣୀ’ ପ୍ରତ୍ୟୟ | |
ଶିବ | ଶିବାନୀ |
ଭବ | ଭବାନୀ |
ଇନ୍ଦ୍ର | ଇନ୍ଦ୍ରାଣୀ |
‘ ଉଲୀ’ ପ୍ରତ୍ୟୟ | |
ବେଙ୍ଗ | ବେଙ୍ଗୁଲୀ |
ବଗ | ବଗୁଲୀ |
କେତେକ ଭିନ୍ନ ଶବ୍ଦ ଦ୍ଵାରା ମଧ୍ୟ ଲିଙ୍ଗ ପରିବର୍ତ୍ତନ ହୁଏ । ଯଥା; | |
ରଜା/ରାଜା | ରାଣୀ |
ପିତା | ମାତା |
ଜନକ | ଜନନୀ |
ସ୍ବାମୀ | ସ୍ତ୍ରୀ |
ବର | କନ୍ୟା । ବଧୂ |
ଉଭୟ ଲିଙ୍ଗ କ୍ଷେତ୍ରରେ : | |
କବି | ନାରୀକବି |
🖝 କେତେକ ପ୍ରାଣୀବାଚକ ବିଶେଷ୍ୟ ଉଭୟ ପୁରୁଷ ଓ ସ୍ତ୍ରୀକୁ ବୁଝାଏ । ସେ ସ୍ଥଳରେ ଲିଙ୍ଗଭେଦ ପାଇଁ ‘ ଅଣ୍ଡିରା’ ଓ ମାଈ’ ବିଶେଷଣ ପଦ ସଂଯୁକ୍ତ ହୁଏ । ଯଥା : ପୁଂଲିଙ୍ଗ – ଅଣ୍ଡିରା ଛେଳି – ସ୍ତ୍ରୀଲିଙ୍ଗ-ମାଈଛେଳି
🖝 ସେହିପରି ଶବ୍ଦ ଗୁଡ଼ିକ ହେଉଛି – ଭାଲୁ, କୁକୁର, ବିରାଡ଼ି, ମୂଷା, ବାଛୁରୀ ଇତ୍ୟାଦି ଆହୁରି ଜାଣିବାର କଥା ଯେ : କ୍ଲବଲିଙ୍ଗରେ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ । ତଥାପି ବେଳେ ବେଳେ ପୁରୁଷ ଓ ସ୍ତ୍ରୀ ସୂଚକ ପଦ ଯୋଗକରି ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗ କରାଯାଏ । ‘ ଫୁଲ’ ହେଉଛି କ୍ଲବଲିଙ୍ଗ, କିନ୍ତୁ ଏହାକୁ ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗ କରାଯାଇଥାଏ, ଯଥା : ଅଣ୍ଡିରା ଫୁଲ – ମାଈ ଫୁଲ ।
ବଚନ
🖝 ଯେଉଁଥୁରୁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଜଣାପଡ଼େ ତାହାକୁ ‘ବଚନ’ କହନ୍ତି । ବଚନ ଚିହ୍ନ ସାଧାରଣତଃ ବିଶେଷ୍ୟ ଓ ସର୍ବନାମ ପଦରେ ସଂଯୁକ୍ତ ହୁଏ । ଯେଉଁ ପଦରୁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଗୋଟିଏ ବୋଲି ଜଣାପଡ଼େ, ତାହାକୁ ଏକବଚନ କୁହାଯାଏ ଯଥା; – – ମୁଁ, ତୁ, ସେ, ଗଛ, ନଈ ଇତ୍ୟାଦି ।
🖝 ଯେଉଁପଦରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଏକରୁ ଅଧିକ ବୋଲି ଜଣାଯାଏ, ତାହାକୁ ‘ବହୁବଚନ’ କହନ୍ତି । ଯଥା :- ଆମ୍ଭେମାନେ, ତୁମ୍ଭେମାନେ, ସେମାନେ, ନଈଗୁଡ଼ିକ, ଗଛଗୁଡ଼ିକ ।
🖝 ଏକବଚନ ପାଇଁ ବ୍ୟବହୃତ ହେଉଥିବା ଚିହ୍ନ:- ଟି, ଟା, ଟେ, ଟିଏ, ଟାଏ, ଖଣ୍ଡେ, ଖଣ୍ଡିଏ, ଗୋଟିଏ; ଗୋଟିକ, ଇତ୍ୟାଦି । ଉଦାହରଣ ସ୍ୱରୂପ – ଗୋଟିଏ ପିଲା, ପିଲାଟିଏ, ପିଲାଟି ।
🖝 ବହୁବଟନ ପାଇଁ ବ୍ୟବହୃତ ହେଉଥିବା ଚିହ୍ନ – ମାନେ, ଗୁଡ଼ାଏ, ଗୁଡ଼ିଏ, ଗୁଡ଼ିକ, ପଙକ୍ତି, ଶ୍ରେଣୀ, ଯୂଥ, ଯାକ, ତକ, ଗଣ, ସବୁ, ଦଳ, ପଲ, ସମୂହ, ବୃନ୍ଦ, ମାଳ, ରାଜି, ଚୟ, ପୁଞ୍ଜ, ରାଶି, ମଣ୍ଡଳ ଇତ୍ୟାଦି । ଉଦାହରଣ :- ପିଲାଏ, ପିଲାମାନେ, ପୁସ୍ତକଚୟ, ପର୍ବତଶ୍ରେଣୀ ପ୍ରଭୃତି ।
🖝 ପଦର ଉଭୟପାର୍ଶ୍ବରେ ବହୁବଚନ ବ୍ୟବହାର କରାଯାଏ ନାହିଁ । ଯଥା :- ଅନେକ ପିଲାମାନେ । ଏପରି ପ୍ରୟୋଗ ଅଶୁଦ୍ଧ ଅଟେ । ଆମେ ‘ଅନେକ ପିଲା’ ବୋଲି ଲେଖି ପାରିବା ବା ‘ ପିଲାମାନେ’ ବୋଲି କହି କହିପାରିବା ବା ଲେଖିପାରିବା । କିନ୍ତୁ ବେଳେବେଳେ ବାକ୍ୟର ଅର୍ଥକୁ ଗୁରୁତ୍ବ ଦେବାପାଇଁ ଯୁଗ୍ମ ବହୁବଚନ ବ୍ୟବହୃତ ହୁଏ । ଯଥା :- ସବୁଯାକ ଘର । ସବୁତକ ଫୁଲ । ଏଠାରେ ସବୁ, ଯାକ, ତକ – ହେଉଛନ୍ତି ଗୋଟିଏ ଗୋଟିଏ ବହୁବଚନର ଚିହ୍ନ କିନ୍ତୁ ଏଠାରେ ଦୁଇ ଦୁଇଟି ବହୁବଚନ ଏକତ୍ର ସଂଯୁକ୍ତ ହୋଇ ରହିଛନ୍ତି
🖝 ମନେରଖିବାକୁ ହେବ ଯେ ସାଧୁତା, ଦୁଷ୍ଟାମି ପ୍ରଭୃତି ଗୁଣବାଚକ ବିଶେଷ୍ୟ, ଗମନ, ଶୟନ ପ୍ରଭୃତି କ୍ରିୟାବାଚକ ବିଶେଷ୍ୟ ପଦରେ ବହୁବଚନ ଲାଗେ ନାହିଁ ।
🖝 ଆହୁରିମଧ୍ୟ ଜାଣିବା ଉଚିତ ଯେ ବେଳେବେଳେ ବଚନ ଚିହ୍ନ ଯୁକ୍ତ ନହୋଇ ମଧ୍ୟ ଏକବଚନ ଓ ବହୁବଚନ ପ୍ରକାଶିତ ହୁଏ ପିଲା ଖେଳୁଛି । ଏଠାରେ ଗୋଟିଏ ପିଲାକୁ ବୁଝାଉଛି । ପିଲା I ପିଲେ ଖେଳୁଛନ୍ତି । ଏଠାରେ ଏକାଧିକ ପିଲାଙ୍କୁ ବୁଝାଉଛି ।
ଯୁଗ୍ମଶବ୍ଦ
🖝 ଆମଭାଷାରେ ଅନେକ ଯୁଗ୍ମଶବ୍ଦର ପ୍ରଚଳନ ଅଛି । ଯଥା:- ବାଟଘାଟରେ ଯା’ଆସ କରିବାବେଳେ ଦେଖୁଦେଖୁକା ଚାଲିବା ଉଚିତ । ଏହିବାକ୍ୟରେ ବଡ଼ ଅକ୍ଷରରେ ଲିଖତ ଶବ୍ଦ ଗୁଡ଼ିକ ହେଉଛନ୍ତି ଯୁଗ୍ମଶବ୍ଦ । ଏଥିରେ ତିନୋଟି ଯୁଗ୍ମଶବ୍ଦ ରହିଛି । ଯୁଗ୍ମଶବ୍ଦ ଗଠନ ପ୍ରଣାଳୀର ଭିନ୍ନତା ନିମ୍ନରେ ପ୍ରଦତ୍ତ ହେଲା ।
(୧) ବିପରୀତାର୍ଥବୋଧକ ଦୁଇଶବ୍ଦର ସଂଯୋଗରେ ଗଠିତ ଯୁଗ୍ମଶବ୍ଦ ।
🖝 ଭଲମନ୍ଦ, ଖାଲଢ଼ିପ, ଜମାଖର୍ଚ୍ଚ, କିଣାବିକା, ସୁଖଦୁଃଖ, ବଡ଼ସାନ, ଜୀବନମରଣ, ସତମିଛ ଇତ୍ୟାଦି ।
(୨) ସମାର୍ଥକ ଦୁଇ ପଦର ସଂଯୋଗରେ ଗଠିତ ଯୁଗ୍ମଶବ୍ଦ
🖝 ହଣାମରା, ବନ୍ଧୁବାନ୍ଧବ, ଗୋରୁଗାଈ, ଧନରନ୍, ମଉଜମଜଲିସ୍, ଜୀବଜନ୍ତୁ ଇତ୍ୟାଦି ।
(୩) ଅର୍ଥଥିବା ଓ ଅର୍ଥନଥିବା ଦୁଇ ଶବ୍ଦ ମିଶ୍ରଣରେ ଗଠିତ ଯୁଗ୍ମଶବ୍ଦ
🖝 ଗପସପ ଏଥିରେ ‘ ଗପ’ର ଅର୍ଥ ଅଛି କିନ୍ତୁ ‘ସପ’ ଶବ୍ଦ ଏଠାରେ ଅର୍ଥବିହୀନ । ଏହାକୁ କଥାର କଥା ବୋଲି କହନ୍ତି ସେହି ଜାତୀୟ ଶବ୍ଦଗୁଡ଼ିକ ହେଉଛନ୍ତି କାମଦାମ, ବାସନକୁସନ, ପେଟପାଟଣା, ଘରଫର, ବିକ୍ରିବଟା ଇତ୍ୟାଦି ।
(୪) କ୍ରିୟାବାଚକ ବିଶେଷ୍ୟ ସହ ଅସମାପିକା କ୍ରିୟାର ମିଳନ ଯୋଗେ ଗଠିତ ଯୁଗ୍ମଶବ୍ଦ
🖝 ହଣାହଣି, ଲଗାଲଗି, ଲେଖାଲେଖ୍, ପଢ଼ାପଢ଼ି, ପିଟାପିଟି, ଧସ୍ତାଧସ୍ତି, ଶୁଣାଶୁଣି ଇତ୍ୟାଦି
(୫) ଦ୍ବିରୁକ୍ତ ଶବ୍ଦ
🖝 ସମାନ ଶବ୍ଦ ଦୁଇଥର ପ୍ରୟୋଗ କରାଯାଇ ଯୁଗ୍ମଶବ୍ଦ ଗଠିତ ହୋଇଥାଏ । ଏଗୁଡ଼ିକୁ ଦ୍ବିରୁକ୍ତ ଶବ୍ଦ କୁହାଯାଏ ଝରଝର, ଛଳଛଳ, ଧୁଧୁ, ପେଁ ପେଁ, ଆପେ ଆପେ, ସିଧାସିଧା, ବାଟେବାଟେ, କାନେକାନେ ଇତ୍ୟାଦି ।
ସମୋଚ୍ଚାରିତ ଶବ୍ଦ
🖝 କେତେକ ଶବ୍ଦ ଅଛି ଯାହାର ଉଚ୍ଚାରଣ ସମାନ ଥିବାବେଳେ ଅର୍ଥରେ ପରିବର୍ତ୍ତନ ଘଟୁଛି । ଆମ ଭାଷାରେ ସେହିଭଳି ଅନେକ ଶବ୍ଦ ଅଛି
ଅଶନ | ଭୋଜନ |
ଚିର | ଦୀର୍ଘକାଳ |
ଅସନ | କ୍ଷେପଣ |
ଚୀର | ଛିଣ୍ଡାକନା |
ଈଶ | ଈଶ୍ବର |
ଦିନ | ଦିବସ |
ଈଷ | ଲଙ୍ଗଳଦଣ୍ଡ |
ଦୀନ | ଗରିବ |
କୂଳ | ବଂଶ |
ଦୀପ | ଆଲୋକ ପ୍ରଦାନ କରୁଥିବା ବସ୍ତୁ |
କଳ | ତଟ |
ଦ୍ବୀପ | ଜଳବେଷ୍ଟିତ ଭୂଖଣ୍ଡ |
କୃତି | କାର୍ଯ୍ୟ |
ପୁତ | ପୁଅ |
କୃତୀ | ଦକ୍ଷ |
ପୂତ | ପବିତ୍ର |
ଗିରିଶ | ମହାଦେବ, ଶିବ, ବୃହସ୍ପତି |
ବଳି | ତ୍ୟାଗ, ହତ୍ୟା |
ଗିରୀଶ | ଶ୍ରେଷ୍ଠଗିରି |
ବଳୀ | ବଳୁଆ |
ଚୁଡ଼ା | ଖାଦ୍ୟବିଶେଷ |
ଲକ୍ଷ | ସଂଖ୍ୟାବିଶେଷ |
ଚୂଡ଼ା | ଅଗ୍ରଭାଗ |
ଲକ୍ଷ୍ୟ | ଉଦ୍ଦେଶ୍ୟ |
ବିପରୀତାର୍ଥବୋଧକ ଶବ୍ଦ
🖝 ପ୍ରତ୍ୟେକ ଭାଷା ପରି ଆମ ଭାଷାରେ ମଧ୍ୟ କେତେକ ବିପରୀତାର୍ଥବୋଧକ ଶବ୍ଦର ପ୍ରୟୋଗ ରହିଛି । ତହିଁରୁ ନିମ୍ନରେ କେତେକ ଶବ୍ଦ ପ୍ରଦତ୍ତ ହେଲା
ଶବ୍ଦ | ବିପରୀତାର୍ଥବୋଧକ ଶବ୍ଦ |
ଅପେକ୍ଷା | ଉପେକ୍ଷା |
ଜ୍ଞାନୀ | ଅଜ୍ଞାନ |
ଅସଲ | ନକଲ |
ଦୁଷ୍ଟ | ଶିଷ୍ଟ |
ଅଲଣା | ଲୁଣିଆ |
ପ୍ରାଚୀନ | ନବୀନ ଅର୍ବାଚୀନ |
ଆଗ | ପଛ |
ପଣ୍ଡିତ | ମୂର୍ଖ |
ଆନନ୍ଦ | ନିରାନନ୍ଦ ବିଷାଦ |
ପାପ | ପୁଣ୍ୟ |
ଆଲୁଅ | ଅନ୍ଧାର |
ବନ୍ଧନ | ମୋଚନ |
ଆବାହନ | ବିସର୍ଜନ |
ବଦ୍ଧ | ମୁକ୍ତ |
ଆଦାନ | ପ୍ରଦାନ |
ଭଲ | ମନ୍ଦ |
ଇହ | ପର |
ମାନ | ଅପମାନ |
ଇଷ୍ଟ | ଅନିଷ୍ଟ |
ମସୃଣ | ବନ୍ଧୁର |
ମିତ୍ର | ଶତ୍ରୁ |
ଉପକାର | ଅପକାର |
ଉଦୟ | ଅସ୍ତ |
ଲୋଭୀ | ନିର୍ଲୋଭ |
ସାମ୍ୟ | ବୈଷମ୍ୟ |
ଉଠାଣି | ଗଡ଼ାଣି |
କୃପଣ | ବଦାନ୍ୟ |
ସୁଲଭ | ଦୁର୍ଲଭ |
ହ୍ରସ୍ଵ | ଦୀର୍ଘ |
ଖୋଲା | ମୁଦା |
ଖାଲ | ଢିପ |
କ୍ଷୁଦ୍ର | ବୃହତ୍ |
ଚେମଡ଼ା | ମସ୍ |
ସନ୍ନନ୍ତ, ଯନ୍ତ, ଣିଜନ୍ତ
🖝 ସନ୍ନନ୍ତ, ଯନ୍ତ, ଣିଜନ୍ତ ଦ୍ଵାରା ମଧ୍ୟ ନୂତନ ଶବ୍ଦ ଗଠିତ ହୋଇଥାଏ ।
ସନ୍ନନ୍ତ
🖝 ‘ଇଚ୍ଛା’ ଅର୍ଥରେ ଧାତୁ ପରେ ‘ସନ୍’ ପ୍ରତ୍ୟୟ ହୁଏ ଏହି ‘ସନ୍’ ପ୍ରତ୍ୟୟନିଷ୍ପନ୍ନ ପଦକୁ ‘ସନ୍ନନ୍ତ ପଦ’ କହନ୍ତି ଧାତୁ ସହିତ ‘ସନ୍’ ପ୍ରତ୍ୟୟ ଯୋଗ କରାଯିବା ପରେ ‘ଆ’ ଏବଂ ‘ଉ’ ପ୍ରତ୍ୟୟ ଯୁକ୍ତ ହୋଇଥାଏ ।
ଧାତୁ + ପ୍ରତ୍ୟୟ = ସନ୍ନନ୍ତପଦ
ପିଇବାର ଇଚ୍ଛା – ପା+ସନ୍+(ଆ) = ପିପାସା
ଜୟ କରିବାର ଇଚ୍ଛା – ଜି+ସନ୍(+ଆ) = ଜିଗ୍ରୀଷା
ଶୁଣିବାର ଇଚ୍ଛା । ସେବା କରିବାର ଇଚ୍ଛା – ଶୁ+ସନ୍ (+ଆ) = ଶୁଶ୍ରୂଷା
ଲାଭ କରିବାର ଇଚ୍ଛା – ଲଭ+ସନ୍ (+ଆ) = ଲିପ୍ସା
ଭୋଜନ କରିବାର ଇଚ୍ଛା – ଭୁଜ୍+ସନ୍ (+ଆ) = ବୁଭୁକ୍ଷା
ଜାଣିବାର ଇଚ୍ଛା – ଜ୍ଞା+ସନ୍(+ଆ) ଜିଜ୍ଞାସା
ପଠନ କରିବାର ଇଚ୍ଛା – ପଠ+ସନ୍ (+ଆ) = ପିପଠିଷା
ଗମନ କରିବାର ଇଚ୍ଛା – ଗମ୍+ସନ୍ (+ଆ) – ଜିଗମିଷା
ଯନ୍ତ
🖝 ଆତିଶଯ୍ୟ ବୁଝାଇବା ପାଇଁ ଧାତୁରେ ‘ ଯଡ’ ପ୍ରତ୍ୟୟ କରାଯାଏ । ଯଡ୍ ପ୍ରତ୍ୟୟ ନିଷ୍ପନ୍ନ ଧାତୁକୁ ‘ଯନ୍ତ ଧାତୁ’ କୁହାଯାଏ । ଏଥିରେ ‘ମାନ’ ପ୍ରତ୍ୟୟ ଯୁକ୍ତ ହୋଇ ଶବ୍ଦ ଗଠିତ ହୁଏ । ମନେରଖିବାକୁ ହେବ ଯେ ‘ଯନ୍ତ ଧାତୁ’ ସାଧାରଣତଃ ବିଶେଷଣ ରୂପେ ବ୍ୟବହୃତ ହୁଏ ।
ମୂଳଧାତୁ + ଯଡ୍ = ଯନ୍ତଧାତୁ + ମାନ = ନୂତନଶବ୍ଦ
ଜ୍ଵଳ + ଯଡ୍ = ଜାଜ୍ଵଲ୍ୟ + ମାନ = ଜାଜ୍ଵଲ୍ୟମାନ
ଦୀପ୍ + ଯଡା = ଦେଦୀପ୍ୟ + ମାନ = ଦେଦୀପ୍ୟମାନ
ଣିଜନ୍ତ
🖝 ପ୍ରୟୋଜକ ଧାତୁ ଗଢ଼ିବାପାଇଁ ସଂସ୍କୃତରେ ଧାତୁ ସହିତ ‘ଶିଚ୍’ ପ୍ରତ୍ୟୟ ଯୋଗକରାଯାଏ । ଧାତୁପରେ ଏହି ‘ଣିଚ୍’ ପ୍ରତ୍ୟୟ ଯୁକ୍ତ ହୋଇ ଗଢ଼ାଯାଉଥିବା ଧାତୁକୁ ଣିଜନ୍ତଧାତୁ କୁହାଯାଏ ।
ମୂଳଧାତୁ+ଣିଚ୍ = ଣିଜନ୍ତଧାତୁ | ବିଶେଷ୍ୟ | ବିଶେଷଣ |
ସ୍ଥା+ଣିଚ୍ = ସ୍ଥାପି | ସ୍ଥାପନ | ସ୍ଥାପିତ |
ପଠ୍ + ଶିବ = ପାଠି | ପାଠିତ | ପାଠନ |
ଜ୍ଞା + ଣିଚ୍ = ଜ୍ଞାପି | ଜ୍ଞାପିତ | ଜ୍ଞାପନ |
ଚଳ + ଣିଚ୍ = ଚାଳି | ଚାଳନ | ଚାଳିତ |
🖝 ଅଧୂକନ୍ତୁ ବିଭକ୍ତି, ସନ୍ଧି, ସମାସ, କୃଦନ୍ତ, ତଦ୍ଧିତ, ଉପସର୍ଗ, ଣ’ତ୍ବ ବିଧୂ ଓ ଷ’ତ୍ଵ ବିଧ୍ଵ ଅନୁଯାୟୀ ମଧ୍ୟ ଶବ୍ଦ ଗଠନ କରାଯାଇଥାଏ ।
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com